ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

Advertisment
ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ତାମିଲନାଡୁରେ ତିନିଜଣଙ୍କର ମୃତ୍ୟୁ

Image Courtesy of Hindustan Times

ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନ୍ୟୂନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।

ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ର କହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି। ୧୦୧ଟି ଚାଳଘର ଭାଙ୍ଗିଯାଇଛି ଏବଂ ଉପୁଡ଼ି ପଡ଼ିଥିବା ୩୮୦ଟି ଗଛ ହଟାଇ ଦିଆଯାଇଛି। ଅତ୍ୟାବଶ୍ୟକ ସେବା ପୁଣି ସମ୍ପୂର୍ଣ୍ଣରୂପେ ଚାଲୁ ହୋଇଛି।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାମୁଦ୍ରିକ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ କେନ୍ଦ୍ର ସରକାର ତାମିଲନାଡୁ ଓ ପୁଡୁଚେରୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ସହାୟତା ନିମନ୍ତେ ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ କ୍ଷେତ୍ରବିଶେଷରେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe